Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନର ଭୋଟ ଗ୍ରହଣ ଦିନ ପାଖେଇ ଆସିବା ସହିତ ରାଜନୀତିକ ତାପମାନ ଦିନକୁ ଦିନ ବଢ଼ୁଛି। ଏହି ନିର୍ବାଚନ କେବଳ ଏକ ଆସନ ରକ୍ଷା କିମ୍ବା ଦାବି ନୁହେଁ, ଏହା ହେଉଛି ପଶ୍ଚିମ ଓଡ଼ିଶାରେ ବିଜେଡି ପାଇଁ ଗୌରବ ଓ ଅସ୍ତିତ୍ୱର ପରୀକ୍ଷା। ଏହି ପରିପ୍ରେକ୍ଷିରେ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆଗାମୀ ୩ ଓ ୭ ନଭେମ୍ବରରେ ନୂଆପଡ଼ାରେ ନିର୍ଦ୍ଧାରିତ ପ୍ରଚାର ଯାତ୍ରା ରାଜ୍ୟ ରାଜନୀତିରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି। ପ୍ରଶ୍ନ ଏହା ନୁହେଁ ଯେ ନବୀନ ଆସିବେ କି ନାହିଁ; ପ୍ରଶ୍ନ ହେଉଛି—ନବୀନଙ୍କ ପୁରୁଣା ପ୍ରଭାବ ଏବେ ବି କାମ କରିବ କି?  ପଶ୍ଚିମ ଓଡ଼ିଶା: ବିଜେଡି ପାଇଁ କଠିନ ମାଟି ପଶ୍ଚିମ ଓଡ଼ିଶା ବର୍ଷକୁ ବର୍ଷ ନବୀନଙ୍କ ନୀତି ଓ ପ୍ରଶାସନିକ ମଡେଲ ପାଇଁ ସହାନୁଭୂତିଶୀଳ ନ ଥିଲା। ବିଶେଷତଃ ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡି ପଶ୍ଚିମ ଅଞ୍ଚଳରେ ଯେପରି ହାରିଲା, ତାହା…

Read More