Author: TRUPTIMAYEE SAHOO

ନୂଆପଡ଼ାରେ ଏବେ ତିନି ଦଳର ନେତାମାନେ ରାଜନୀତିକ ତାପମାତ୍ରା ମାପିବାରେ ବ୍ୟସ୍ତ, କିନ୍ତୁ ଭୋଟରମାନେ ନିରବ। ଭୋଟଗ୍ରହଣକୁ ଆଉମାତ୍ର ୧୩ ଦିନ ବାକି ଅଛି, ତଥାପି ରାଜନୀତିକ ଦଳଗୁଡ଼ିକ ଭୋଟରମାନଙ୍କ ମନୋଭାବ ବୁଝିବାରେ ସଫଳ ହୋଇନାହାନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ନିରବ ନିରୀକ୍ଷଣ ଚାଲିଛି। ବିଶେଷକରି ଯୁବଭୋଟରମାନେ ନିରବ, ଯେଉଁମାନେ ମତାମତ ପ୍ରକାଶ କରିବାରେ ଅଗ୍ରଣୀ ଭୂମିକା ନେଇଥାନ୍ତି। ଏହାକୁ ନେଇ ଦଳଗୁଡ଼ିକ ଏବେ ଦ୍ୱନ୍ଦ୍ୱରେ—କାହା ଭୋଟ୍ କେଉଁଠିକୁ ଯିବ, ଏହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ଭୌଗୋଳିକ ଗଣିତ ଓ ରାଜନୀତିକ ସମୀକରଣ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳିରେ ମୋଟ ତିନିଟି ମୁଖ୍ୟ ଅଞ୍ଚଳ — କୋମନା, ନୂଆପଡ଼ା ଓ ଖରିଆର ରୋଡ୍। କୋମନା ବ୍ଲକର ୧.୩୦ ଲକ୍ଷ ଭୋଟର ଉପରେ ବିଜେଡିର ନଜର ସର୍ବାଧିକ ରହିଛି। ଏଠାରେ ଦଳ ସବୁ ହେଭିୱେଟ ନେତାଙ୍କୁ ନିୟୋଜିତ କରି ଗାଁ ଗାଁରେ ମେଳା କରୁଛି। ନୂଆପଡ଼ା ବ୍ଲକର ଏକ ଲକ୍ଷ…

Read More