Author: TRUPTIMAYEE SAHOO

ରାଜ୍ୟର ସ୍ୱାସ୍ଥ୍ୟସେବା ଏବେ ଭଗବାନଙ୍କ ଭରସାରେ ଚାଲିଛି। ଲୋକମାନେ ଆଶା କରିଥିଲେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ସ୍ୱାସ୍ଥ୍ୟସେବାର ଉନ୍ନତି ଆସିବ। କିନ୍ତୁ କ୍ଷମତାକୁ ଆସିଥିବା ବିଜେପି ଏମିତି ଜଣେ ନେତାଙ୍କୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କରିଛି ତାଙ୍କର ଏହି ବିଭାଗରେ ମନ ଲାଗୁନାହିଁ। ସେ ସ୍ୱାସ୍ଥ୍ୟବିଭାଗ ପରିବର୍ତ୍ତେ ତାଙ୍କ ପାଖରେ ଥିବା ଆଇଟି ବିଭାଗ ପାଇଁ ଅହେତୁକ କାରଣରୁ ଅଧିକ ତତ୍ପର ବୋଲି ଚର୍ଚ୍ଚା ହେଉଛି। ରାଜ୍ୟବାସୀ ରୋଗରେ ପଡ଼ି ମଲେ ବି ତାଙ୍କର କିଛି ଚିନ୍ତା ନାହିଁ। ରାଜ୍ୟରେ ଡାକ୍ତର ନଥିବାରୁ ଚିକିତ୍ସା ମିଳୁନାହିଁ। ଫଳରେ ବ୍ରେନ୍‍ ଷ୍ଟ୍ରୋକ୍‍ ମାମଲାରେ ୭୯% ବୃଦ୍ଧି ଘଟିଛି, ଯାହା ୨୦୨୩-୨୪ ବର୍ଷ ୪,୨୫୨ ଥିଲା, ୨୦୨୪-୨୫ରେ ୭,୫୯୫ ଜଣଙ୍କର ବ୍ରେନ୍‍ ଷ୍ଟ୍ରୋକ୍‍ ରିପୋର୍ଟ ହୋଇଛି। ବିଶେଷଜ୍ଞମାନେ ଏହି ବୃଦ୍ଧିକୁ ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ, ଜୀବନଶୈଳୀ ପରିବର୍ତ୍ତନକୁ ଦାୟୀ କରନ୍ତି ଏବଂ ଆରୋଗ୍ୟ ସମ୍ଭାବନାକୁ ଉନ୍ନତ କରିବା ପାଇଁ ଚିକିତ୍ସା ପାଇଁ ପ୍ରଥମ ସାଢ଼େ…

Read More