What's Hot
Author: TRUPTIMAYEE SAHOO
ଅକ୍ଟୋବର ମାସରେ ରେକର୍ଡ ୨୭.୨୮ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ହୋଇଛି। ସେପ୍ଟେମ୍ବରରେ ହୋଇଥିବା ୨୪.୯ ଲକ୍ଷ କୋଟି ଟଙ୍କାର କାରବାର ତୁଳନାରେ ଏହା ୧୬ ପ୍ରତିଶତ ଅଧିକ। ଗତ ମାସଟି ଥିଲା ପାର୍ବଣ ସମୟ। ସେହି ସମୟରେ ଦୈନିକ ହାରାହାରି ଭାବେ ୬୬.୮ କୋଟିରୁ ଅଧିକ ଥର ୟୁପିଆଇରେ ପେମେଣ୍ଟ କରାଯାଇଥିଲା ଯାହାର ମୂଲ୍ୟ ଥିଲା ୮୭,୯୯୩ କୋଟି ଟଙ୍କା। ଦୀପାବଳି ଭଳି ଉତ୍ସବ ସମୟରେ ୟୁପିଆଇ କାରବାରରେ ଏଭଳି ବୃଦ୍ଧି ଭାରତର ଡିଜିଟାଲ ଭିତ୍ତିଭୂମିର ଦୃଢ଼ତାକୁ ଦର୍ଶାଉଛି ବୋଲି ସ୍ପାଇସ୍ ମିନର ସିଇଓ ଦିଲ୍ଲୀପ ମୋଦୀ କହିଛନ୍ତି। ଭାରତରେ ହେଉଥିବା ଡିଜିଟାଲ୍ କାରବାର ୮୫ ପ୍ରତିଶତ ୟୁପି୍ଆଇରେ ହେଉଛି ଏବଂ ବିଶ୍ୱର ଅଧା ବାସ୍ତବ ସମୟ ପେମେଣ୍ଟ ମଧ୍ୟ ଏହା ଜରିଆରେ ହେଉଛି। also read https://purvapaksa.com/the-type-of-barricades-in-the-capital-has-changed-steel-grills-now-replace-bamboo/ https://purvapaksa.com/the-type-of-barricades-in-the-capital-has-changed-steel-grills-now-replace-bamboo/
