Author: TRUPTIMAYEE SAHOO

ଓଡ଼ିଶାର ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ବେଦାନ୍ତ ଗ୍ରୁପର ନାମ ଅନେକ ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଲାଞ୍ଜିଗଡ଼ର ଖଣି ପ୍ରକଳ୍ପରୁ ଆରମ୍ଭ କରି ଆଲୁମିନିୟମ ଫ୍ୟାକ୍ଟ୍ରି, ସାମାଜିକ ପୁନର୍ବାସ, ଆଦିବାସୀ ଅଧିକାର ଏବଂ ପରିବେଶ ଉପରେ ପ୍ରଭାବ – ଏହି ସମସ୍ତ ବିଷୟ ନେଇ ବେଦାନ୍ତ ଉପରେ ଗଭୀର ବିବାଦ ରହିଛି । ଏବେ ପୁନର୍ବାର ସେଇ ନାମ ଆସିଛି- ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇ ଅନିଲ ଅଗ୍ରୱାଲଙ୍କ ଅକ୍ଟୋବର ୨୩ ତାରିଖରେ ଓଡ଼ିଶା ଗସ୍ତ ସମୟରେ ସେ ଏହି ପ୍ରକଳ୍ପକୁ ପୁନଃ ଜୀବନ୍ତ କରିବାର ଇଚ୍ଛା ବ୍ୟକ୍ତ କରିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି-ଏହା କ’ଣ ଓଡ଼ିଶାର ମାନବ ସମ୍ପଦ ଉନ୍ନୟନର ସୁଯୋଗ କି ପୁନଃ ଏକ ବିବାଦ ଓ ସ୍ୱାର୍ଥ ରାଜନୀତିର ଦ୍ୱାର ଖୋଲିବା ଉଦ୍ୟମ ? ପୃଷ୍ଠଭୂମି: ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ୨୦୦୬ ମସିହାରେ ବେଦାନ୍ତ ଗ୍ରୁପ ଓଡ଼ିଶାର ପୁରୀ ନିକଟରେ ଏକ “ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ”…

Read More