Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନ ଆଗକୁ ବଢ଼ିବା ସହିତ ରାଜନୀତିକ ତାପ ଏବେ ତୀବ୍ର ଆକାର ନେଇଛି। ଆରମ୍ଭରେ ଯେଉଁ ନିର୍ବାଚନଟି ଏକ ସାଧାରଣ ନିର୍ବାଚନ ଭାବରେ ଦେଖାଯାଉଥିଲା ସେଠାରେ ଏବେ ରାଜନୀତିର ଅଭିନୟ, ଅଭିଯୋଗ ଓ ପ୍ରତିଅଭିଯୋଗର କାଦୁଅ ଫିଙ୍ଗା ଘଟଣା ଦେଖାଯାଉଛି। ରାଜ୍ୟର ଶାସକ ଦଳ ବିଜେପି ଓ ପ୍ରଧାନ ବିରୋଧୀ ଦଳ ବିଜେଡି, ଦୁଇ ଦଳର ନେତାମାନେ ଏବେ ପରସ୍ପର ଉପରେ କଟାକ୍ଷ, ବ୍ୟଙ୍ଗ ଓ ଆକ୍ରୋଶ ଜାହିର କରୁଛନ୍ତି। ଏହି ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ “ପ୍ରାର୍ଥୀ ଚୋର” ଓ “ବେଇମାନ” ବକ୍ତବ୍ୟ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଭଦ୍ର କିନ୍ତୁ ତୀକ୍ଷ୍ଣ ଉତ୍ତର, ଓଡ଼ିଶାର ରାଜନୀତିକ ମଞ୍ଚକୁ ଉତ୍ତେଜିତ କରିଛି। ଏହି ଉପନିର୍ବାଚନ ଏକ ସାଧାରଣ ଭୋଟ୍‍ ନୁହେଁ ବରଂ ଏହା ରାଜ୍ୟର ରାଜନୀତିକ ମୂଲ୍ୟବୋଧ ନେତୃତ୍ୱ ଏବଂ ଜନମତର ପରିବର୍ତ୍ତନର ଆଭାସ ଦେଉଛି। ନବୀନଙ୍କ “ଚୋର” ଓ “ବେଇମାନ” ବାକ୍ୟାଂଶ: ଏକ…

Read More