Author: TRUPTIMAYEE SAHOO

ଓଡ଼ିଶାର ଭୋଟ୍‍ ରାଜନୀତି ଦୀର୍ଘଦିନ ଧରି ବିକାଶ, ନେତୃତ୍ୱ ଓ ସରକାରୀ ସୁବିଧାରେ ଆଧାରିତ ରହିଛି। “ଜାତିଭିତ୍ତିକ ଭୋଟ୍”- ଯାହା ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ସାଧାରଣ ଘଟଣା- ଓଡ଼ିଶାରେ କେବଳ ଏହା ଅଳ୍ପ ପ୍ରଭାବ ରଖିଥିଲା। ରାଜନୀତି ବିଶ୍ଳେଷକମାନେ ମନେ କରୁଥିଲେ, ଓଡ଼ିଶାର ମତଦାତା ଜାତି ନୁହେଁ, ଉନ୍ନତି ଓ ସୁଶାସନ ଆଧାରରେ ଭୋଟ୍ ଦେଇଥାନ୍ତି। କିନ୍ତୁ ଗତ ୨୦୨୪ ନିର୍ବାଚନ ଏହି ଧାରଣାକୁ ଅସ୍ଥିର କରିଦେଲା। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଝି ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ରାଜ୍ୟ ରାଜନୀତିରେ ଏକ ଅପୂର୍ବ ସଙ୍କେତ ଦେଲା- ଯେଉଁଠାରେ ଜାତି ଓ ସମ୍ପ୍ରଦାୟ ଆଧାରିତ ଭୋଟ୍‌ ବିଭେଦ ଖୋଲାଭାବେ ପ୍ରକାଶିତ ହେଲା। ଏହି ପରିଣାମ ଏବେ ନୂଆପଡ଼ା ଉପନିର୍ବାଚନକୁ ପ୍ରଭାବିତ କରୁଛି। କଣ୍ଟାବାଞ୍ଝି ନିର୍ବାଚନ: ଜାତି ରାଜନୀତିର ଆରମ୍ଭ ୨୦୨୪ ମସିହାର ବିଧାନସଭା ନିର୍ବାଚନରେ, କଣ୍ଟାବାଞ୍ଝିରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବିଶ୍ୱସନୀୟ…

Read More