Author: TRUPTIMAYEE SAHOO

ଋଷରୁ ଭାରତୀୟ କମ୍ପାନିଗୁଡ଼ିକ ତେଲ କିଣିବା ବନ୍ଦ କରିଛନ୍ତି। ଡିସେମ୍ବର ମାସରେ ଆସିବାକୁ ଥିବା ତେଲ ପାଇଁ ୫ଟି ଭାରତୀୟ କମ୍ପାନି ଆଦେଶନାମା ରୁଷ୍‌କୁ ଦେଇନାହାନ୍ତି ବୋଲି ଏହି ଶିଳ୍ପ ସହ ଜଡ଼ିତ ଅଧିକାରୀମାନେ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସାଧାରଣ ପରବର୍ତ୍ତୀ ମାସ ପାଇଁ କିଣାଯିବାକୁ ଥିବା ତେଲ ପାଇଁ ଚଳିତବର୍ଷ ୧୦ ତାରିଖ ମଧ୍ୟରେ ଆଦେଶନାମା ଦିଆଯାଇଥାଏ। ରୁଷ୍‌ଠାରୁ ତେଲ ନକିଣିବା ପାଇଁ ଦୀର୍ଘଦିନ ହେଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାପ ପକାଇ ଆସୁଛନ୍ତି। ରୁଷ୍‌ଠାରୁ ଭାରତ ତେଲ କିଣୁଥିବାରୁ ଟ୍ରମ୍ପ ଜରିମାନା ଭା‌ବେ ୨୫ ପ୍ରତିଶତ ଅଧିକ ଶୁଳ୍କ ନୂଆଦିଲ୍ଲୀ ଉପରେ ଲଗାଇଛନ୍ତି। ଫଳରେ ଭାରତର ରପ୍ତାନିକାରୀମାନେ ଏବେ ଆମେରିକାରେ ୫୦ ପ୍ରତିଶତର ଚଢ଼ା ଶୁଳ୍କର ସମ୍ମୁଖୀନ ହେଉଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନେଇ ଆଲୋଚନା ଚାଲିଥିଲେ ମଧ୍ୟ ଏ ନେଇ କିଛି ଅଗ୍ରଗତି ହୋଇପାରିନାହିଁ। ଏଭଳି ସ୍ଥିତିରେ ରୁଷ୍‌ଠାରୁ…

Read More