Author: TRUPTIMAYEE SAHOO

ଦିଲ୍ଲୀରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣା ଏବେ ରାଷ୍ଟ୍ରସ୍ତରୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଆତଙ୍କୀ ମୁଜାମିଲ ସକିଲ୍‌ଙ୍କ ଗିରଫ ପରେ ତାର ହ୍ୱାଟ୍ସଆପ୍ ଓ ସୋସିଆଲ୍ ମିଡିଆ ତଥ୍ୟ ଯାଞ୍ଚ କରିବା ସମୟରେ ତଦନ୍ତ ଏଜେନ୍ସି ଓଡ଼ିଶା ଲିଙ୍କ୍‌ର ତଥ୍ୟ ପାଇଛି। ଏହି ତଥ୍ୟ ମିଳିବା ପରେ ଏନ୍‌ଆଇଏ (NIA) ଏକ ବିଶେଷ ଟିମ୍‌କୁ ଓଡ଼ିଶା ପଠାଇବାକୁ ପ୍ରସ୍ତୁତ ହେଉଛି। ତଦନ୍ତରେ ମିଳିଲା ଓଡ଼ିଶା ଯୋଗ ମୁଜାମିଲ୍ ସକିଲ୍‌ର ଫୋନ୍‌ ଓ ହ୍ୱାଟ୍ସଆପ୍ ଚାଟ୍‌ରେ ଓଡ଼ିଶାର କିଛି ମୋବାଇଲ୍ ନମ୍ବର ମିଳିଛି। ସେମାନଙ୍କ ସହ ତାର ମେସେଜ୍ ଓ ଚାଟିଂ ଅଧିକ ଦିନ ଧରି ଚାଲିଥିଲା। କେତେକ ମେସେଜ୍ ଓଡ଼ିଆ ଭାଷାରେ ଥିଲା ବୋଲି ମଧ୍ୟ ସନ୍ଦେହ ଜଣାଯାଇଛି। ଏହି ଲିଙ୍କ୍‌ଗୁଡ଼ିକ ନିଜେ ଆତଙ୍କୀ ଯୋଜନା ସହ ସମ୍ପୃକ୍ତ କି ନା ମାତ୍ର ସାଧାରଣ ଯୋଗାଯୋଗ ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ତଦନ୍ତକାରୀମାନେ ଓଡ଼ିଶାର କଟକ ଜିଲ୍ଲାର ଏକ…

Read More