Author: TRUPTIMAYEE SAHOO

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଚ-୧ବି ଭିସାର ସମର୍ଥନରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି। ଏହି ବ୍ୟବସ୍ଥାକୁ ଆମେ ବନ୍ଦ କରି ପାରିବୁ ନାହିଁ। ସେ କହିଛନ୍ତି ଯେ ଏହି ବ୍ୟବସ୍ଥାକୁ ବନ୍ଦ କରିବା ଦ୍ୱାରା ଆମେରିକାର ସିଧାସଳଖ କ୍ଷତି ହେବ ତେଣୁ ଏଚ୍-୧ବି ଭିସା ବ୍ୟବସ୍ଥା ଅତ୍ୟାବଶ୍ୟକ । ଯଦି ଏହାକୁ ଉଚ୍ଛେଦ କରାଯାଏ, ତେବେ ସମସ୍ତ କାମ ଠପ୍ ହୋଇଯିବ। ସେ କହିଛନ୍ତି ଭିଡ଼ ନୁହେଁ କାମ କରିବା ପାଇଁ ପ୍ରତିଭା ଆବଶ୍ୟକ। ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ପ୍ରଶାସନ ଏଚ୍-୧ବି ଭିସାର ଶୁଳ୍କକୁ ୧୦୦,୦୦୦ ଆମେରିକୀୟ ଡଲାରକୁ ବୃଦ୍ଧି କରିଛି। ଆମେରିକା ପ୍ରଶାସନ ଯୁକ୍ତି ଦେଇଛନ୍ତି, ଏହି ଶୁଳ୍କ ବୃଦ୍ଧି ବିଦେଶୀମାନଙ୍କୁ ନିରୁତ୍ସାହିତ କରିବ। କିଛି ମାସ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ଏକ ସାକ୍ଷାତକାରରେ କହିଥିଲେ ଯେ ସେ…

Read More