Author: TRUPTIMAYEE SAHOO

ବିହାର ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ୧୨ଟି ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ କଂଗ୍ରେସ ପଦାଧିକାରୀଙ୍କ ସହ ବୈଠକ ଆସନ୍ତା ୧୮ ତାରିଖରେ ଇନ୍ଦିରା ଭବନରେ ଅନୁଷ୍ଠିତ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ନଭେମ୍ବର ୧୮ରେ ବିଭିନ୍ନ ରାଜ୍ୟ କଂଗ୍ରେସ ପ୍ରଭାରୀ, ପ୍ରଦେଶ କଂଗ୍ରେସ ସଭାପତି, ବିଧାୟକ ଦଳର ନେତା ଏବଂ କେନ୍ଦ୍ରଶାସିତ ଅଞ୍ଚଳର କଂଗ୍ରେସ ସଚିବଙ୍କୁ ଏହି ସମୀକ୍ଷା ବୈଠକରେ ଯୋଗଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏବଂ ଭୋଟ ଚୋରି ପ୍ରସଙ୍ଗ ଉପରେ ବିଶେଷ ଭାବେ ଆଲୋଚନା ହୋଇ ଦଳ ଆଗାମୀଦିନ ପାଇଁ ଏହାର ପରବର୍ତ୍ତୀ ଆଭିମୁଖ୍ୟ ସ୍ଥିର କରିବ ବୋଲି ଜଣାପଡ଼ିଛି। କଂଗ୍ରେସର ଚର୍ଚ୍ଚିତ ବରିଷ୍ଠ ନେତା ଦିଗବିଜୟ ସିଂହ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉତ୍ତର କୋରିଆ, ରୁଷ୍‌…

Read More