Author: TRUPTIMAYEE SAHOO

          ଭାସ୍କର ପରିଚ୍ଛା ନୂଆ ସମ୍ବିଧାନ ଗୃହୀତ ହେବା ପରେ ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା।ବର୍ତ୍ତମାନ ଭଳି ସେତେବେଳେ ବି ଲୋକସଭା ଓ ବିଧାନସଭା ପାଇଁ ଏକାଥରେ ଭୋଟ ଗ୍ରହଣ କରାଯାଇଥିଲା।ସେହି ନିର୍ବାଚନରେ ଅନେକ ମହିଳାଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ଘରର ମୂରବୀମାନଙ୍କୁ ଏହା କରିବା ପାଇଁ କୁହାଯାଇଥିଲା।ପ୍ରଥମ ନିର୍ବାଚନ ବେଳେ ଉଭୟ କଂଗ୍ରେସ ଓ ସୋସାଲିଷ୍ଟମାନଂକ ଦବଦବା ରହିଥିଲା।କିନ୍ତୁ ସୋସଲିଷ୍ଟମାନେ ହିଁ ଏଥିରୁ ଅଧିକ ଫାଇଦା ଉଠାଇ ଥିଲେ।ଗୋଟିଏ ଧାରଣା ସେହି ସମୟରେ ଦୃଢ଼ ହୋଇଥିଲା ଯେ ଯଦି ଉଭୟ ଦଳ ଏକାଠି ନିର୍ବାଚନ ଲଢିଥାନ୍ତେ ହୁଏତ କଂଗ୍ରେସ ଲାଭବାନ ହୁଅନ୍ତା। ୧୯୫୨ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲେ ସର୍ବୋଦୟ ନେତା ଓ କର୍ମୀ – ବିଶେଷ କରି ନବବାବୁଙ୍କ ପରିବାର। ଗୋପବନ୍ଧୁ ଚୌଧୁରୀଙ୍କ ପ୍ରେରଣାରେ…

Read More