Author: TRUPTIMAYEE SAHOO

ଓଡ଼ିଶାର ରାଜନୀତି ଦୀର୍ଘଦିନ ଧରି ମୂଳତଃ ଦୁଇଭାଗରେ ବିଭକ୍ତ। ଗୋଟିଏ ପକ୍ଷରେ ବିଜେଡିର ଦୀର୍ଘକାଳୀନ ଆଧିପତ୍ୟ, ଅନ୍ୟ ପକ୍ଷରେ କଂଗ୍ରେସର ପତନଶୀଳ ଆକାଂକ୍ଷା। ଏ ଭିତରେ ବିଜେପି ଶକ୍ତିଶାଳୀ ବିକଳ୍ପ ଭାବରେ ଉଭାହେବା ପରେ ରାଜ୍ୟର ରାଜନୈତିକ ଭୂଗୋଳ ଆଉ ଅଧିକ ରୂପାନ୍ତର ହେଉଛି। ଏବେ ଏହି ବୃତ୍ତରେ ନୂଆ ଭୂକମ୍ପ- ମହମ୍ମଦ ମୋକିମଙ୍କ ପକ୍ଷରୁ ମୁସଲିମ ଭୋଟକୁ ଏକତ୍ରୀକୃତ କରି ନୂଆ ଆଞ୍ଚଳିକ ଦଳ ଗଠନ କରିବାର ଯୋଜନା। ଏହା କେବଳ ଗୋଟେ ନୂଆ ଦଳର ଗଠନ ନୁହେଁ; ଏହା ଗୋଟେ ଦୁଃସାହସିକ, ଜଟିଳ ଏବଂ ଓଡ଼ିଶାର ସମଗ୍ର ସାମାଜିକ-ରାଜନୈତିକ ସମୀକରଣକୁ ବଦଳାଇବାର ପଦକ୍ଷେପ। କିନ୍ତୁ ଏହି ପ୍ରଶ୍ନ ହେଲା  ଏହା କ’ଣ ମୁସଲିମ ସମୁଦାୟ ପାଇଁ ନୂଆ ସଶକ୍ତିକରଣ ? ନା ଏହା ହେଉଛି ଏକ ରୋଷ, ଅବହେଳା ଓ ରାଜନୈତିକ ପ୍ରତିଶୋଧ ଆଧାରିତ ବିଭାଜନର କଡ଼ା ପରିଣାମ? ପ୍ରଥମ ଅଧ୍ୟାୟ : ମୋକିମଙ୍କ ରାଜନୀତି — ବିକଳ୍ପ…

Read More