Author: TRUPTIMAYEE SAHOO

ଦିଲ୍ଲୀଠାରୁ ପ୍ରାୟ ୭,୫୦୦ କିଲୋମିଟର ଦୂରରେ ଅବସ୍ଥିତ, କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ‘କଙ୍ଗୋ’ ପାଖରେ ବର୍ତ୍ତମାନ ଭାରତ ଏକ ସଙ୍କଟ ସମାଧାନକାରୀ ଭାବରେ ତାଙ୍କ ପାଖରେ ଠିଆ ହୋଇଛି । କଙ୍ଗୋ ଇବୋଲା ଭାଇରସର ପ୍ରକୋପକୁ ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ କରୁଥିବା ସମୟରେ, ଭାରତ ବିଳମ୍ବ ନକରି ଗୋଟେ ଭଲ ପଡ଼ୋଶୀ ହେବାର କର୍ତ୍ତବ୍ୟ କରିଛି । ନିୟନ୍ତ୍ରଣ ପ୍ରୟାସରେ ସହାୟତା ପାଇଁ ଆଫ୍ରିକା ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ଆଫ୍ରିକା ସିଡିସି) କୁ ଜରୁରୀକାଳୀନ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମଧ୍ୟ ପଠାଇଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଇଥିଓପିଆ-ଭିତ୍ତିକ ଆଫ୍ରିକା ସିଡିସିର ଏକ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଏଜେନ୍ସି ବୁଧବାର ନିଶ୍ଚିତ କରିଛି ଯେ ଏହା ଭାରତରୁ ଏହି ଜରୁରୀକାଳୀନ ଔଷଧ ପାଇଛି । ‘X’ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ ଅନୁଯାୟୀ,…

Read More