Author: TRUPTIMAYEE SAHOO

ସିବିଏସଇ ପରୀକ୍ଷା ଫଳାଫଳ ଏବଂ ଓଏସଏମ ଚୁକ୍ତିନାମାକୁ ନେଇ ବିବାଦ ଏବେ ଏକ ପୂର୍ଣ୍ଣାଙ୍ଗ ରାଜନୈତିକ ମୁକାବିଲାରେ ପରିଣତ ହେବାରେ ଲାଗିଛି । କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ସିଧାସଳଖ ଆକ୍ରମଣ କରି ସରକାରଙ୍କୁ ଉଠାଇଛନ୍ତି ଆଙ୍ଗୁଠି । ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ୧୮.୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ ପଡ଼ିଛି ଏବଂ ସରକାର ଦାୟିତ୍ୱକୁ ଏଡ଼ାଉଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରାହୁଲ ଗାନ୍ଧୀ ଲେଖିଛନ୍ତି : “ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆପଣ ଯେତେ ଇଚ୍ଛା ମୋତେ ଆକ୍ରମଣ କରିପାରିବେ, କିନ୍ତୁ ଏହା ଆପଣଙ୍କୁ ଆପଣଙ୍କର ଅପରାଧରୁ ମୁକ୍ତ କରିବ ନାହିଁ । ଏହା ୧୮.୫ ଲକ୍ଷ ପିଲାଙ୍କ ସମ୍ପର୍କରେ ଉତ୍ତର ଦାବିକୁ ମଧ୍ୟ ବନ୍ଦ କରିବ ନାହିଁ।” ସେ ପ୍ରଶ୍ନ କରିଛନ୍ତି ଯେ ,’ସିବିଏସଇର ଓଏସଏମ ଚୁକ୍ତିନାମା ଶେଷରେ…

Read More