Author: TRUPTIMAYEE SAHOO

ଜନମତ ଆଗରେ ନତମସ୍ତକ ରାଜନୀତି: ଦରମା ବୃଦ୍ଧି ପ୍ରସଙ୍ଗରେ ବିଜେପିର ‘ୟୁ-ଟର୍ଣ୍ଣ’ ଗଣତନ୍ତ୍ରରେ ଜନତା ହିଁ ଜନାର୍ଦ୍ଦନ। ଏହି ଉକ୍ତିଟି ଆଜି ଓଡ଼ିଶା ରାଜନୀତିରେ ପୁଣି ଥରେ ପ୍ରମାଣିତ ହୋଇଛି। ବିଧାୟକମାନଙ୍କ ଦରମାକୁ ପ୍ରାୟ ତିନିଗୁଣ ବୃଦ୍ଧି କରିବା ପାଇଁ ବିଧାନସଭାରେ ପାରିତ ହୋଇଥିବା ବିଲ୍‌କୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ, ଶାସକ ବିଜେପି ଦଳ ଏବେ ପ୍ରତିରକ୍ଷାମୂଳକ ସ୍ଥିତିକୁ ଚାଲିଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବିଜେପି ବିଧାୟକମାନେ ଏହି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିବା, ରାଜ୍ୟ ରାଜନୀତିରେ ଏକ ଅଭାବନୀୟ ମୋଡ଼। ଅହେତୁକ ବୃଦ୍ଧି ଓ ଜନଅସନ୍ତୋଷର ବହ୍ନି ଗତ ଡିସେମ୍ବର ୯ ତାରିଖରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ବିଧାୟକମାନଙ୍କ ମାସିକ ଦରମା ଓ ଭତ୍ତାକୁ ₹୧.୧ ଲକ୍ଷରୁ ବୃଦ୍ଧି କରି ₹୩.୪୫ ଲକ୍ଷ କରିବା ପାଇଁ ବିଲ୍ ପାରିତ ହୋଇଥିଲା। ଏହି ୨୦୦% ରୁ ଅଧିକ…

Read More