Author: TRUPTIMAYEE SAHOO

ଚଳିତ ମୌସୁମୀ ଋତୁରେ ବର୍ଷାର ପରିମାଣକୁ ନେଇ ସମଗ୍ର ଦେଶ ମଧ୍ୟରେ ଓଡ଼ିଶା ଏକ ବିରଳ ରେକର୍ଡ ସୃଷ୍ଟି କରିଛି। ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ମୌସୁମୀର ସମୁଦାୟ ସ୍ୱାଭାବିକ କୋଟା ପୂରଣ ହୋଇସାରିଥିବା ବେଳେ ରାଜ୍ୟରେ ସ୍ୱାଭାବିକଠାରୁ ପ୍ରାୟ ୨୫ ପ୍ରତିଶତ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ସେପ୍ଟେମ୍ବର ମାସରେ ମଧ୍ୟ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ ଏବଂ ବିଶେଷ କରି ଉତ୍ତର ଓଡ଼ିଶାରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ ସତର୍କ କରାଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ପୂରଣ ହେଲା ଋତୁକାଳୀନ କୋଟା: ୧୧୫୪.୩ ମିମି ବର୍ଷା ରେକର୍ଡ ଆଇଏମ୍‌ଡି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଚଳିତ ବର୍ଷ ମୌସୁମୀ ଅତ୍ୟନ୍ତ ସକ୍ରିୟ ରହିଛି। ସମୟ ପୂର୍ବରୁ କୋଟା…

Read More