Author: TRUPTIMAYEE SAHOO

ଓଡ଼ିଶା—ଯେଉଁ ରାଜ୍ୟକୁ ଏହାର ଶାନ୍ତିପୂର୍ଣ୍ଣ ସଂସ୍କୃତି ଏବଂ ଶାଳୀନତା ପାଇଁ ସାରା ଦେଶ ଜାଣେ, ଆଜି ସେହି ଭୂମି ଏକ ରକ୍ତାକ୍ତ ଅଧ୍ୟାୟ ଦେଇ ଗତି କରୁଛି। ଗତ କିଛି ଦିନର ଘଟଣାବଳୀକୁ ଅନୁଧ୍ୟାନ କଲେ ମନେହୁଏ, ଆଇନର ଶାସନ ଏବେ କେବଳ ସରକାରୀ ଫାଇଲ୍ ଏବଂ ଟେଲିଭିଜନ ବିଜ୍ଞାପନରେ ସୀମିତ। ବାସ୍ତବରେ ଓଡ଼ିଶାର ରାଜରାସ୍ତାରେ ଅପରାଧୀ ନିର୍ଭୟରେ ବୁଲି ଅରାଜକତା ସୃଷ୍ଟି କରୁଛନ୍ତି ଏବଂ ନିରୀହ ଜନତା ଏବେ ଭୟଭୀତ। ଚାନ୍ଦବାଲିରୁ କେନ୍ଦୁଝର ଏବଂ ଭୁବନେଶ୍ୱରରୁ ଧଉଳି—ପ୍ରତିଟି ସ୍ଥାନରୁ ଆସୁଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଖବର ପ୍ରମାଣ କରୁଛି ଯେ, ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଚାନ୍ଦବାଲିର ଲଜ୍ଜା: ଏକ ନିଷ୍ପାପ ଜୀବନର ଅନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଘଟିଥିବା ଘଟଣା କେବଳ ଏକ ଅପରାଧ ନୁହେଁ, ବରଂ ମାନବିକତାର ହତ୍ୟା। ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ପରେ…

Read More