Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ ବହୁ ବର୍ଷ ଧରି ‘ଜଗନ୍ନାଥ ସଂସ୍କୃତି’ ଏବଂ ‘ସ୍ୱଚ୍ଛ ଶାସନ’ର ଯେଉଁ ଆବରଣ ରହିଥିଲା, ତାହା ଏବେ ଜାତିଭିତ୍ତିକ ସମୀକରଣ ଆଡ଼କୁ ମୁହାଁଇଛି। ୨୦୨୪ ନିର୍ବାଚନରେ କ୍ଷମତା ପରିବର୍ତ୍ତନ ପରେ, ଏବେ ସମସ୍ତ ରାଜନୈତିକ ଦଳଙ୍କ ନଜର ୨୦୨୯ ଉପରେ। ଆଉ ଏହି ଆଗାମୀ ମହାସମରର କେନ୍ଦ୍ରବିନ୍ଦୁ ସାଜିବାକୁ ଯାଉଛି ‘ଓବିସି’ ଏବଂ ‘ଏସଇବିସି’ ପ୍ରସଙ୍ଗ। ରାଜ୍ୟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତରୁ ଅଧିକ ଭାଗ କୁହାଯାଉଥିବା ଏହି ବୃହତ୍ତର ମତଦାତାମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ରଣନୀତିର ‘ଚେସ୍ ଗେମ୍’। ଧର୍ମେନ୍ଦ୍ର ପ୍ରଧାନଙ୍କ ‘ପ୍ରୋ-ଆକ୍ଟିଭ୍’ ରାଜନୀତି: ଚିଠି ମାଧ୍ୟମରେ ଚାପ ଓଡ଼ିଶାରେ ବିଜେପିର ସର୍ବୋଚ୍ଚ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗୋଟି ଚାଳନାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ କିଛିଦିନ ତଳେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ପତ୍ର କେବଳ ଏକ ପ୍ରଶାସନିକ ସ୍ମାରକପତ୍ର…

Read More