Author: TRUPTIMAYEE SAHOO

ଗତ ନିର୍ବାଚନରେ ବିଜେଡି ହାରିଛି ସତ, ଏବେବି ରାଜ୍ୟରେ ପାଣ୍ଡିଆନ ସରକାର ଚାଲିଛି। ମୋର କହିବାର ଅର୍ଥ ହେଲା, ପାଣ୍ଡିଆନ ଯୁଗରେ ଯେପରି ଅଫିସର ରାଜ ଚାଲୁଥିଲା, ଏବେବି ବିଜେପି ସରକାରରେ ସେହିପରି ଚାଲୁଛି। ସେତେବେଳେ ଅଫିସରମାନେ ମନ୍ତ୍ରୀ ଓ ନେତାମାନଙ୍କୁ କିଙ୍କର ବୋଲି ଭାବୁଥିଲେ। କିଙ୍କର ଶବ୍ଦର ଅର୍ଥ ହେଲା ଚାକର, ଗୋଲାମ, ଭୃତ୍ୟ, ବିଶ୍ୱସ୍ତ ସେବାକାରୀ। ବିଜେଡି ଶାସନ କାଳରେ ପବ୍ଲିକ ସର୍ଭାଣ୍ଟମାନେ ନିଜକୁ ପ୍ରଭୁ ବୋଲି ବିଚାର କରୁଥିଲେ। ସରକାର ପରିବର୍ତ୍ତନ ପରେ ବି ପବ୍ଲିକ ସର୍ଭାଣ୍ଟମାନଙ୍କର ସେହି ମନୋବୃତ୍ତିରେ କୌଣସି ପରିବର୍ତ୍ତନ ଆସିନାହିଁ। ସେତେବେଳେ ପବ୍ଲିକ ସର୍ଭାଣ୍ଟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂଆଁ ବୁଲାଇବାକୁ ସାହାସ କରିପାରୁନଥିଲେ। କିନ୍ତୁ ଏବର ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ, ତାଙ୍କ କଥାରେ କୌଣସି ସତ୍ୟତା ନାହିଁ ବୋଲି ପ୍ରମାଣିତ କରିବାକୁ ପବ୍ଲିକ ସର୍ଭାଣ୍ଟମାନେ ଲାଗିପଡ଼ିଛନ୍ତି। ଏଭଳି ପବ୍ଲିକ ସର୍ଭାଣ୍ଟ ହେଲେ ରାଜ୍ୟ ପ୍ରଶାସନରେ ଥିବା ପାଢ଼ୀ ଦମ୍ପତ୍ତି। ମୁଖ୍ୟମନ୍ତ୍ରୀଙ୍କ ମିଛୁଆ…

Read More