Author: TRUPTIMAYEE SAHOO

ଭାରତୀୟ ରାଜନୀତି ଓ ଅର୍ଥନୀତିର ପରିବର୍ତ୍ତିତ ପରିପ୍ରେକ୍ଷୀରେ ୨୦୨୫ ମସିହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ନିକଟରେ ପ୍ରକାଶିତ ‘କେୟାର ରାଙ୍କିଂ’ ଭାରତର ବିଭିନ୍ନ ରାଜ୍ୟର ବିକାଶର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି। ଯେଉଁଠି ମହାରାଷ୍ଟ୍ର, ଗୁଜରାଟ, ଏବଂ କର୍ଣ୍ଣାଟକ ଭଳି ରାଜ୍ୟମାନେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି, ସେଠାରେ ଓଡ଼ିଶା ପାଇଁ କିଛି ଉତ୍ସାହଜନକ ଖବର ନାହିଁ। ଅର୍ଥନୈତିକ ସ୍ଥିରତା ଓ ସାମଗ୍ରିକ ବିକାଶର ମାନଦଣ୍ଡରେ ଓଡ଼ିଶାର ପ୍ରଦର୍ଶନ ଏକ ଚିନ୍ତାର ବିଷୟ ପାଲଟିଛି। ଆଜିର ‘ପଲଟିକାଲ ଭାଗବତ’ରେ ଆମର ବିଶ୍ଳେଷଣ ହେଉଛି— ୨୦୨୫ରେ ଓଡ଼ିଶା: ସଫଳତାର ଚମକ ପଛରେ ବିଫଳତାର କଳା ବାଦଲ। କେୟାର ରାଙ୍କିଂ: ହିରୋ କିଏ? ୨୦୨୫ ମସିହାରେ ଘରୋଇ ଗବେଷଣା ସଂସ୍ଥା କେୟାର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାରତର ଶ୍ରେଷ୍ଠ ୫ଟି ରାଜ୍ୟ ହେଉଛନ୍ତି: ୧. ମହାରାଷ୍ଟ୍ର: ଦେଶର ଜିଡିପିରେ ୨୦% ଅବଦାନ ସହ ସର୍ବବୃହତ ଅର୍ଥନୀତି। ୨. ଗୁଜରାଟ: ଉତ୍ପାଦନ…

Read More