Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ଏକଛତ୍ରପତି ଭାବେ ଦୀର୍ଘ ୨୪ ବର୍ଷ ଶାସନ କରିଥିବା ନବୀନ ପଟ୍ଟନାୟକ ଏବେ ବୟସର ଅପରାହ୍ନରେ। ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଯେଉଁ ଦୃଶ୍ୟ ଶଙ୍ଖ ଭବନରେ ଦେଖିବାକୁ ମିଳିଲା, ତାହା କେବଳ ଦଳୀୟ କର୍ମକର୍ତ୍ତା ନୁହଁନ୍ତି, ବରଂ ସମଗ୍ର ଓଡ଼ିଶାବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। “ବିଜେଡି ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଆଙ୍କ ସ୍ୱର ହୋଇ ରହିବ” ବୋଲି ନବୀନ ଘୋଷଣା ତ କରିଛନ୍ତି, କିନ୍ତୁ ତାଙ୍କର ଶାରୀରିକ ସ୍ଥିତି ଏହି ଦୃଢ଼ୋକ୍ତି ସହ ତାଳ ମେଳ ଖାଉ ନଥିବା ପରି ମନେହେଉଛି। ଏକଥା ଆମେ କହୁ ନାହୁଁ, ଏହା ତାଙ୍କ ଶରୀର କହୁଛି। ଥରେ ଏଇ ଭିଡିଓଟିକୁ ଦେଖନ୍ତୁ ଭାଷଣ ପଢ଼ିବାରେ ଅସମର୍ଥ: ଶରୀର କହୁଛି ଅଲଗା କଥା ପ୍ରତିଷ୍ଠା ଦିବସର ଉତ୍ସବରେ ନବୀନ ପଟ୍ଟନାୟକଙ୍କ ଉଦବୋଧନ ସମୟର ଚିତ୍ର ବେଶ୍ କଷ୍ଟଦାୟକ ଥିଲା। ଜଣେ ନେତା ଯିଏ…

Read More