Author: TRUPTIMAYEE SAHOO

ଭାରତର ଦୁଇ ପ୍ରମୁଖ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏବଂ ଲଳିତ ମୋଦି ପୁଣିଥରେ ଖବରରେ ଅଛନ୍ତି। ସେମାନେ ଲଣ୍ଡନରେ ମଜା କରୁଛନ୍ତି ଏବଂ ଏବେ ସେମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ବିଜୟ ମାଲ୍ୟାଙ୍କ ଜନ୍ମଦିନ ପାର୍ଟିର ଯେଉଁଥିରେ ଲଳିତ ମୋଦି ମଧ୍ୟ ଯୋଗ ଦେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଲଳିତ ମୋଦି ନିଜେ ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ମଜାରେ ନିଜକୁ ଏବଂ ମାଲ୍ୟାଙ୍କୁ “ଭାରତର ଦୁଇ ସବୁଠାରୁ ବଡ଼ ପଳାତକ” ବୋଲି ଉଲ୍ଲେଖ କରିଛନ୍ତି। ଭିଡିଓରେ ଲଳିତ ମୋଦି ହସି ହସି କହୁଛନ୍ତି “ଆମେ ଦୁଇ ଜଣ ପଳାତକ ଭାରତର ସବୁଠାରୁ ବଡ଼ ପଳାତକ।” ସେ ପୋଷ୍ଟର କ୍ୟାପସନ ଦେଇଛନ୍ତି “ମୋତେ ଏପରି କିଛି କରିବାକୁ ଦିଅ ଯାହା ଇଣ୍ଟରନେଟରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିବ ଈର୍ଷାରେ ତୁମର ହୃଦୟକୁ ଚିରି…

Read More