Author: TRUPTIMAYEE SAHOO

ରାଜନୀତିରେ କେତେକ ଦିନ ଉତ୍ସବ ନୁହେଁ, ଆଇନା ହୁଏ। ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ୨୦୨୫ ଠିକ୍ ସେହି ଆଇନା। ମଞ୍ଚରେ ଥିଲା-ଶାସନକାଳର ସ୍ମୃତି, ନବୀନ ପଟ୍ଟନାୟକଙ୍କ ନାମ, ଲିଗାସିର ଗର୍ବ। କିନ୍ତୁ ମଞ୍ଚ ତଳେ-ଦଳ ଭିତରର ଅସନ୍ତୋଷ, ଅଭିଯୋଗ, ଦମିତ କ୍ରୋଧ। ଗୋଟିଏ ପକ୍ଷରେ- ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେନିନ ମହାନ୍ତି, ମିଡିଆ ଉପରେ ଆଙ୍ଗୁଳି ଉଠାଇ କହୁଛନ୍ତି- “ମିଡିଆ ମିଛ ଖବର କରିଛି, କ୍ଷମା ମାଗୁ।” ଅନ୍ୟ ପକ୍ଷରେ- ବଦ୍ରୀ ନାରାୟଣ ପାତ୍ର, ଦଳର ବିଧାୟକ, ଖୋଲା ମଞ୍ଚରେ କହୁଛନ୍ତି- “ମୋତେ ହରାଇବା ପାଇଁ ଖଣି ମାଫିଆ, ପୋଲିସ ରେଡ୍, ଟିକେଟ ଚକ୍ରାନ୍ତ-ସବୁ ହୋଇଥିଲା।” ପ୍ରଶ୍ନ ସ୍ପଷ୍ଟ- ବିଜେଡିର ପରମାନେଣ୍ଟ ଜୁନିଅର ମୁଖପାତ୍ର ଲେନିନ ମହାନ୍ତି କାହାକୁ ଉତ୍ତର ଦେଉଛନ୍ତି? ମିଡିଆକୁ, ନା ବଦ୍ରୀଙ୍କ ଭଳି ନେତାମାନଙ୍କୁ? ରାଜନୀତିରେ କ୍ଷମତା ଚାଲିଗଲେ କିଭଳି ଅବସ୍ଥା ହୁଏ, ତାହାର ଜ୍ୱଳନ୍ତ ଉଦାହରଣ ଏବେ ବିଜୁ…

Read More