Author: TRUPTIMAYEE SAHOO

ରାଜନୀତିରେ ତାରିଖ କେବେ କେବେ ଇତିହାସ ହୋଇଯାଏ। ୨୦୨୩ ଅଗଷ୍ଟ ୫- ଏଭଳି ଗୋଟିଏ ତାରିଖ। ଭୁବନେଶ୍ୱରର ତାରକା ହୋଟେଲ ମେ’ ଫେୟାରରେ ସେହି ସକାଳର ପ୍ରାତଃ ଜଳଖିଆ କେବଳ ଔପଚାରିକ ନ ଥିଲା। ସେଠାରେ ଓଡ଼ିଶାର ଦୀର୍ଘ ୨୪ ବର୍ଷର ଶାସନର ଧାରାରେ ପ୍ରଥମ ଥର ପାଇଁ ଭାଙ୍ଗିବାର ମଞ୍ଜି ପୋତାଯାଇଥିଲା- ଏମିତି ଅଭିଯୋଗ ଆଜି ରାଜନୀତିକ ମହଲରେ ଘୁରି ବୁଲୁଛି। ସେହି ସକାଳେ ମେ’ ଫେୟାର ହୋଟେଲରେ ଯାହା ଘଟିଥିଲା-ତାହାକୁ କେହି କେହି ‘ବ୍ରେକ୍‌ଫାଷ୍ଟ ଅପରେସନ’ କହୁଛନ୍ତି, କେହି ‘ନୀରବ ସମ୍ମତି’—କିନ୍ତୁ ଫଳାଫଳ ଦୃଷ୍ଟିରୁ ଏହାକୁ ଅଗ୍ରାହ୍ୟ କରିବା ଆଉ ସମ୍ଭବ ନୁହେଁ। ପ୍ରଶ୍ନ ଉଠୁଛି- ଏହା କେବଳ ଗପ ନା ସୁନିୟୋଜିତ ଷଡ଼ଯନ୍ତ୍ର? ବିଜୁ ଜନତା ଦଳ (ବିଜେଡି) କ୍ଷମତାରୁ ଚାଲିଗଲା କାହା ପାଇଁ? ଏବଂ ସବୁଠୁ ସମ୍ବେଦନଶୀଳ ପ୍ରଶ୍ନ- ଏଥିରେ ବିଜେଡି ଭିତରୁ କିଏ ଭୂମିକା ନେଇଥିଲେ? ସେହି ସକାଳର ଘଟଣାକ୍ରମକୁ ନେଇ…

Read More