Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ “ବିଧାନ ପରିଷଦ” ଶବ୍ଦଟି ଦୀର୍ଘ ୨୦ ବର୍ଷ ଧରି ଏକ ଆଶ୍ୱାସନା, ଏକ ଆଶା ଓ ଏକ ଭ୍ରମ—ତିନିଟିକୁ ବଢ଼ାଇ ଆସିଛି। ବିଶେଷକରି ୨୦୧୪ ଓ ୨୦୧୯ ନିର୍ବାଚନ ସମୟରେ ଏହି ପ୍ରସଙ୍ଗଟି ଏମିତି ଭାବେ ଉଠିଥିଲା, ଯେପରି ଯୁବ ରାଜନୈତିକ କର୍ମୀମାନଙ୍କ ପାଇଁ ଏକ ନୂଆ ଦ୍ୱାର ଖୋଲିବାକୁ ଯାଉଛି। ଟିକେଟ ପାଇନଥିବା ଆଶାୟୀ, ଦଳୀକୁ ଶ୍ରମ ଦେଇ ବିଜୟୀ କରାଇ ଅପେକ୍ଷାରେ ଥିବା ଯୁବ ନେତା—ସମସ୍ତଙ୍କୁ ବୁଝାଯାଇଥିଲା, “ବିଧାନ ପରିଷଦ ହେବ, ସୁଯୋଗ ମିଳିବ।” କିନ୍ତୁ ସମୟ ବିତିବା ସହିତ ସେହି ଯୁବଗୋଷ୍ଠୀ ବୁଝିଲେ—ଏହା ଅସଲରେ ଏକ ଥୋପ, ଏକ ରାଜନୈତିକ ଲଲିପପ ଥିଲା, ଏହା ବାସ୍ତବ ନ ଥିଲା। ଆଶ୍ୱାସନର ଇତିହାସ: ୨୦୧୪ରୁ ୨୦୧୯ ବିଧାନ ପରିଷଦ ପ୍ରସଙ୍ଗ ଓଡ଼ିଶାରେ ନୂଆ ନୁହେଁ। କିନ୍ତୁ ୨୦୧୪ ଓ ୨୦୧୯ ମସିହାରେ ଏହା ଯେପରି ରାଜନୈତିକ ଭାଷଣ ଓ ଆଭ୍ୟନ୍ତରୀଣ ଆଲୋଚନାର ଅଂଶ ହୋଇଉଠିଥିଲା,…

Read More