Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ ଅନେକ ପ୍ରଶ୍ନ ଆସିଛି, ଯାଇଛି। କିଛି ପ୍ରଶ୍ନ ଉତ୍ତର ପାଇଛି, କିଛି ପ୍ରଶ୍ନ ସମୟ ସହ ମିଶିଯାଇଛି। କିନ୍ତୁ ଗୋଟିଏ ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ ରହିଛି, ଯାହା ଆଜି ରାଜ୍ୟର ଚା’ ଦୋକାନରୁ ଆରମ୍ଭ କରି ରାଜନୈତିକ କରିଡର ପର୍ଯ୍ୟନ୍ତ ସବୁଠାରେ ଆଲୋଚନା ହେଉଛି; “ପାଣ୍ଡିଆନ ଏବେ ଓଡ଼ିଶାରେ କ’ଣ କରୁଛନ୍ତି?” ଏହି ପ୍ରଶ୍ନ ସାଧାରଣ ନୁହେଁ। ଏହା ଗୋଟିଏ ବ୍ୟକ୍ତିକୁ ନେଇ ନୁହେଁ; ଏହା ଶାସନ, ରାଜନୀତି, ନୈତିକତା ଓ ଜନଭାବନାର ଏକ ସଙ୍ଗମ। ଅଣଓଡ଼ିଆ ଅଫିସର ଓ ଓଡ଼ିଶାର ପରମ୍ପରା ଓଡ଼ିଶାରେ ଅଣଓଡ଼ିଆ ଅଫିସର ନୂଆ କଥା ନୁହେଁ। ଦେଶ ସ୍ୱାଧୀନତା ପରଠାରୁ ବହୁ ଆଇଏସ୍‍, ଆପିଏସ୍‍ ଓ ଅନ୍ୟାନ୍ୟ ସେବାଧିକାରୀ ଓଡ଼ିଶାକୁ କର୍ମଭୂମି ଭାବେ ବାଛି ନେଇଥିଲେ। ସେମାନେ କାମ କରିଛନ୍ତି, ଭଲ କାମ କରିଛନ୍ତି, ଓଡ଼ିଆ ଲୋକଙ୍କଠାରୁ ସମ୍ମାନ ପାଇଛନ୍ତି। କିନ୍ତୁ ଏକ ପରମ୍ପରା ଥିଲା-ଚାକିରି ସରିଲେ, ଅଧିକାଂଶ ଅଫିସର…

Read More