Author: TRUPTIMAYEE SAHOO

ଗତ କିଛି ମାସରେ ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ ହିଂସା ଗମ୍ଭୀର ରୂପ ନେଇଛି। ଡିସେମ୍ବର ୨୦୨୫ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କମସେକମ ୧୫ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଭିଡ଼ ହିଂସା, ନିଆଁ ଲଗାଇଦେବା ଓ ହତ୍ୟା ଭଳି ଘଟଣାରେ ଦୀପୁ ଚନ୍ଦ୍ର ଦାସଙ୍କ ମୃତ୍ୟୁ ସବୁଠାରୁ ଅତିକ୍ରମଣୀୟ ଦୃଶ୍ୟ ଥିଲା । ୨୦୨୪ରେ ଜୁଲାଇ-ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ପରେ ଶେଖ୍ ହସିନା ଦେଶ ଛାଡ଼ି ଭାରତକୁ ଆସିବାକୁ ବାଧ୍ୟ ହେଲେ। ପରେ ଘଟିଥିବା ହିଂସାରେ ଇନକଲାବ ମଞ୍ଚ ନେତା ଶରୀଫ ଉସମାନ ହାଦୀଙ୍କ ମୃତ୍ୟୁ ପରେ ଅଳ୍ପସଂଖ୍ୟକ, ବିଶେଷକରି ହିନ୍ଦୁ ସମାଜ ଲକ୍ଷ୍ୟ ହୋଇଛି। ଭାରତରେ ଏହି ଘଟଣା ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ସୃଷ୍ଟି କରିଛି। ଦିଲ୍ଲୀ, କୋଲକାତା ସହିତ ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ସଂଗଠନ ବାଂଲାଦେଶ ହାଇକମିଶନ ଘେରାଓ କରିଛନ୍ତି । ବାଂଲାଦେଶର ଅସାନ୍ତି ପଶ୍ଚିମବଙ୍ଗ ଓ ଆସାମର ୨୦୨୬ ବିଧାନସଭା ନିର୍ବାଚନକୁ…

Read More