Author: TRUPTIMAYEE SAHOO

ଭାରତୀୟ ଜନତା ପାର୍ଟି (ବିଜେପି) ଇତିହାସରେ ପ୍ରଥମଥର ପାଇଁ ୪୫ ବର୍ଷ ବୟସର ଜଣେ ନେତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ନିତିନ ନବୀନଙ୍କୁ ସର୍ବସମ୍ମତିକ୍ରମେ ବିଜେପିର ନୂଆ ଜାତୀୟ ସଭାପତି ଭାବେ ଚୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସେ ଆଧିକାରିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଦାୟିତ୍ୱ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦି ନିତିନ ନବୀନଙ୍କୁ ସ୍ୱାଗତ କରି ତାଙ୍କୁ ଦଳର ଐତିହ୍ୟକୁ ଆଗକୁ ବଢ଼ାଇବାକୁ ସକ୍ଷମ ଓ ପରିପକ୍ୱ ନେତା ଭାବେ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି, “ଦଳରେ ବସ୍ କେହି ନୁହେଁ, ଆମେ ସମସ୍ତେ କର୍ମୀ।” ଏହି କଥା ମାଧ୍ୟମରେ ସେ ଦଳୀୟ ଶିଷ୍ଟାଚାର ଓ ସଂଗଠନୀୟ ଏକତାର ସନ୍ଦେଶ ଦେଇଛନ୍ତି। ନିତିନ ନବୀନ ବର୍ତ୍ତମାନ ବିହାର ସରକାରରେ ସଡ଼କ ନିର୍ମାଣ ମନ୍ତ୍ରୀ ଭାବେ କାର୍ଯ୍ୟରତ। ସେ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ…

Read More