Author: TRUPTIMAYEE SAHOO

ଚଳିତ ବର୍ଷର ବଜେଟ୍ ଅଧିବେଶନ ୨୦୨୬ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହେବ । ଫେବୃଆରୀ ୧ (ରବିବାର) ସକାଳ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ୍‌କୁ ନେଇ ଦେଶବ୍ୟାପୀ ଆଶା ଓ ଉତ୍ସୁକତା ଦେଖାଦେଇଛି, କାରଣ ଏଥିରେ ଆୟକର ବ୍ୟବସ୍ଥାରେ ଏକ ବଡ଼ ଓ ଐତିହାସିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ସରକାର ଦୀର୍ଘ ୬ ଦଶକ ଧରି ଚାଲିଆସୁଥିବା ଆୟକର ଆଇନ, ୧୯୬୧କୁ ସମ୍ପୂର୍ଣ୍ଣ ରଦ୍ଦ କରି ତାହାର ସ୍ଥାନରେ ନୂଆ ଆୟକର ଆଇନ, ୨୦୨୫ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ନୂଆ ଆଇନ ୨୦୨୫–୨୦୨୬ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି । ତେବେ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ପରେ ହିଁ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା ହେବ। ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ନୂଆ ଆୟକର ଆଇନକୁ ଅଧିକ…

Read More