Author: TRUPTIMAYEE SAHOO

ପୁରୀରେ ସୋସିଆଲ୍ ମିଡିଆ ମାଧ୍ୟମରେ ଧମକପୂର୍ଣ୍ଣ ପୋଷ୍ଟ କରାଯାଇଥିବା ଘଟଣାର ସଫଳ ପର୍ଦାଫାଶ କରିଛି ପୁରୀ ପୋଲିସ । ଏହି ମାମଲାରେ ପୁରୀ ବାସେଳୀସାହି ଥାନା ଅନ୍ତର୍ଗତ ନୀଳାଦ୍ରିବିହାର ଅଞ୍ଚଳର ପ୍ରତୀକ ମିଶ୍ରଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରତୀକ ମିଶ୍ର ଜୁଲି ରାଣୀ ପଣ୍ଡା ନାମକ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଜୁଲି ରାଣୀ ପ୍ରତୀକଙ୍କ ପ୍ରେମ ପ୍ରସ୍ତାବକୁ ଅସ୍ୱୀକାର କରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଓ ଝଗଡ଼ା ଆରମ୍ଭ ହୋଇଥିଲା। ଏହା ପରେ ପ୍ରତୀକ ପ୍ରତିଶୋଧ ମନୋଭାବରେ ଏହି ଘଟଣା ଘଟାଇଥିବା ଜଣାପଡ଼ିଛି। ପୋଲିସ କହିଛି ଯେ, ପ୍ରତୀକ ନିଜ ସିମ୍ କାର୍ଡ ବ୍ୟବହାର କରି ଗତ ୧୧ ତାରିଖରେ ଜୁଲି ରାଣୀ ପଣ୍ଡାଙ୍କ ନାମରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲିଥିଲେ। ସେହି ଫେକ୍ ଆକାଉଣ୍ଟ ମାଧ୍ୟମରେ ଜୁଲିଙ୍କୁ ବଦନାମ କରିବା ସହ ସମାଜରେ…

Read More