Author: TRUPTIMAYEE SAHOO

ପାକିସ୍ତାନ ଗୋଟିଏ ଧୋକାବାଜ ଦେଶ—ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି । ପାକିସ୍ତାନକୁ ବିଶ୍ୱାସ କରିବା ମାନେ ସାପକୁ କ୍ଷୀର ଦେଇ ପାଳିବା ସମାନ । ବାରମ୍ବାର ଏହି ଦେଶ ନିଜ ଦୁଇମୁଖିଆ ନୀତି ଦ୍ୱାରା ବନ୍ଧୁ ଦେଶମାନଙ୍କୁ ଅସୁବିଧାରେ ପକାଇ ଆସିଛି । ଏଥର ଏହାର ସିକାର ହୋଇଛି ବାଂଲାଦେଶ । ଭାରତରେ ଆୟୋଜିତ ହେବାକୁ ଥିବା ଆସନ୍ତା ଟି-୨୦ ବିଶ୍ୱକପକୁ ନେଇ ଆଇସିସି ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଥିଲା । ଭାରତ ସହ ରାଜନୈତିକ ମତଭେଦକୁ ଆଗରେ ରଖି ବାଂଲାଦେଶ ନିଜ ମ୍ୟାଚ୍‌ଗୁଡ଼ିକୁ ଭାରତ ବାହାରକୁ, ବିଶେଷକରି ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲା। ଖେଳାଳିଙ୍କ ସୁରକ୍ଷା ଦେଖାଇ ବିସିବି ଆଇସିସି ଉପରେ ଚାପ ସୃଷ୍ଟି କରିଥିଲା । ଆଇସିସି ଏହି ମାମଲାରେ ବିସିବି ସହ ଏକାଧିକ ବୈଠକ କରି ବୁଝାସୁଝା କରିଥିଲା । କିନ୍ତୁ ବାଂଲାଦେଶ ନିଜ…

Read More