Author: TRUPTIMAYEE SAHOO

ଆଜିକାଲି ଆଖି ସମସ୍ୟା କେବଳ ଚକ୍ଷୁ ଦୂର୍ବଳତା କିମ୍ବା ଡିଜିଟାଲ୍ ସ୍କ୍ରିନ୍ ବ୍ୟବହାରରେ ସୀମିତ ରହିନାହିଁ। ବିଶେଷଜ୍ଞମାନଙ୍କ ମତାନୁସାରେ, ଆଖି ଶରୀରର ସମଗ୍ର ସ୍ୱାସ୍ଥ୍ୟର ପ୍ରତିବିମ୍ବ। ବିଶେଷକରି କିଡନୀ ସମସ୍ୟା ଥିଲେ ତାହାର ପ୍ରଭାବ ଆଖିରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ। କିଡନୀ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତକୁ ଫିଲ୍ଟର କରି ବିଷାକ୍ତ ପଦାର୍ଥ, ଅତିରିକ୍ତ ପାଣି ଓ ଅଳିଆକୁ ପରିସ୍ରା ମାଧ୍ୟମରେ ବାହାର କରେ। ଯେତେବେଳେ କିଡନୀ ଠିକ୍ ଭାବରେ କାମ କରେନାହିଁ, ସେତେବେଳେ ଏହାକୁ କିଡନୀ ଫେଲ୍ୟୁୟର କୁହାଯାଏ। ଏହି ସ୍ଥିତିରେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇ ନାନା ପ୍ରକାର ସମସ୍ୟା ସୃଷ୍ଟି କରେ, ଯାହାର ପ୍ରଭାବ ଆଖିରେ ମଧ୍ୟ ପଡ଼ିଥାଏ। କିଡନୀ ସମସ୍ୟାରେ ଆଖିରେ କେଉଁ ଲକ୍ଷଣ ଦେଖାଯାଏ? କିଡନୀ କ୍ଷତି ହେଲେ ଆଖି ଲାଲ, ଶୁଷ୍କ ଓ ଫୁଲିଯାଇପାରେ। ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ସନ୍ତୁଳନ ବିଘ୍ନିତ ହେବାରୁ ଏହି…

Read More