Author: TRUPTIMAYEE SAHOO

ଭାରତର ମହାକାଶ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଦେଶର ସର୍ବୋଚ୍ଚ ସାହସିକ ସମ୍ମାନ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି। ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଗତବର୍ଷ ଜୁନ୍ ମାସରେ ଶୁଭାଂଶୁ ଶୁକ୍ଲା ଇତିହାସ ରଚନା କରି ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଯାତ୍ରା କରିଥିଲେ। ସେଠାରେ ସେ ୧୮ ଦିନ ରହି ବୈଜ୍ଞାନିକ ପରୀକ୍ଷା, ମାନବ ଶରୀର ଉପରେ ମହାକାଶ ପରିବେଶର ପ୍ରଭାବ ଏବଂ ଭାରତର ଭବିଷ୍ୟତ ମହାକାଶ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ଗବେଷଣା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରିଥିଲେ। ଏହି ଅସାଧାରଣ ଅବଦାନ ପାଇଁ ତାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି। ସାଧାରଣତନ୍ତ୍ର ଦିବସ ପୂର୍ବସନ୍ଧ୍ୟାରେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ…

Read More