Author: TRUPTIMAYEE SAHOO

ଭାରତର ଶିକ୍ଷାନୀତି ଇତିହାସରେ କେତେକ ମୁହୂର୍ତ୍ତ ଆସେ, ଯେଉଁଠାରେ ପ୍ରଶ୍ନ ବିରୋଧୀ ଶିବିରରୁ ଆସେ ନାହିଁ, ବରଂ ସରକାରଙ୍କ ନିଜ ଆଦର୍ଶ ପରିବାର ଭିତରୁ ଆସିଥାଏ । ଏହି ମୁହୂର୍ତ୍ତ ସେଇପରି। ଆରଏସଏସ ସହଯୋଗୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଯେତେବେଳେ ୟୁଜିସିର ଇକ୍ୱିଟି ନିୟମର “ଅସ୍ପଷ୍ଟତା” ଉପରେ ସରକାରଙ୍କୁ ସ୍ପଷ୍ଟତା ଦେବାକୁ ଅନୁରୋଧ କରିଛି। ତେଣୁ ଏହାକୁ ସାଧାରଣ ଛାତ୍ର ସଂଗଠନର ବିବୃତ୍ତି ଭାବେ ଅଗ୍ରାହ୍ୟ କରାଯାଇପାରିବ ନାହିଁ । ଏହା ଏକ ଗଭୀର ରାଜନୈତିକ ସଙ୍କେତ- ଶିକ୍ଷାନୀତିରେ ଅସ୍ପଷ୍ଟତା ଏତେ ଗଭୀର ଯେ, ସରକାରଙ୍କ ନିଜ ଆଦର୍ଶର ମୂଳ ଭିତ୍ତି ମଧ୍ୟ ଅସୁବିଧାରେ ପଡ଼ିବାକୁ ଆଶଙ୍କା କରୁଛି।  ଏଠି ଏକ ସରଳ ପ୍ରଶ୍ନ ରଖେ—ସମସ୍ୟା କ’ଣ ଆଇନରେ, ନା ଆଇନ ଲେଖିବାର ଧାରାରେ? ଯଦି ମୂଳ ଉଦ୍ଦେଶ୍ୟ ସତରେ ସମାନତା, ତେବେ ଭୟ କାହିଁକି ? ତେବେ ମିଥ୍ୟା ଅଭିଯୋଗରୁ ସୁରକ୍ଷା ଧାରା କାହିଁକି…

Read More