Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ ବେଳେ ବେଳେ ଏମିତି ମୁହୂର୍ତ୍ତ ଆସେ, ଯେଉଁଠାରେ ଶକ୍ତିଶାଳୀ ନେତା ନିଜ ରାଜନୈତିକ ସ୍ଥିତିକୁ ମଜବୁତ କରିବା ନାମରେ ଏମିତି ଭୁଲ ପଦକ୍ଷେପ ନିଅନ୍ତି, ଯାହାର ଦୀର୍ଘମିଆଦୀ ଲାଭ ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦୀ ପାଇଁ ସଂରକ୍ଷିତ ହୋଇଯାଏ । ଆଜିର ଭାରତୀୟ ରାଜନୀତିରେ ଏହିଭଳି ପରିସ୍ଥିତିରେ ଠିଆ ହୋଇଛନ୍ତି; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ।  ଗତ ଦୁଇ ଦଶନ୍ଧି ଧରି ନରେନ୍ଦ୍ର ମୋଦୀଙ୍କ ସବୁଠାରୁ ବଡ଼ ରାଜନୈତିକ ସମ୍ପଦ ହେଉଛି କଂଗ୍ରେସର ଦୁର୍ବଳତା। ରାହୁଲ ଗାନ୍ଧୀ ଯେ ପର୍ଯ୍ୟନ୍ତ କଂଗ୍ରେସର ମୁଖ୍ୟ ଚେହେରା ହୋଇ ରହିବେ, ସେ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ପାଇଁ ରାଜନୈତିକ ମଞ୍ଚ ସହଜରେ ନିର୍ବାଚନ ଜିତିବା ପାଇଁ ସୁବିଧାଜନକ ହୋଇ ରହିବ। ଏହି ଦୁର୍ବଳତାର ପ୍ରତୀକ ଭାବେ ରାହୁଲ ଗାନ୍ଧୀଙ୍କୁ ବିଜେପି ଏକ “ନନ୍–ସିରିଅସ୍ ନେତା”, “ଅପରିପକ୍ୱ ଉତ୍ତରାଧିକାରୀ” ଓ “ବଂଶବାଦର ମୁହଁ” ଭାବରେ ପ୍ରୋଜେକ୍ଟ କରିଆସିଛି…

Read More