Author: TRUPTIMAYEE SAHOO

ଭାରତ ଆଜି ଏକ ଅଦୃଶ୍ୟ କିନ୍ତୁ ଗଭୀର ସଙ୍କଟର ସମ୍ମୁଖୀନ-ଏହା କୌଣସି ସୀମା ବିବାଦ, ମହାମାରୀ କିମ୍ବା ଆର୍ଥିକ ମନ୍ଦା ନୁହେଁ । ଏହା ହେଉଛି ଡିଜିଟାଲ ନିଶା । ମୋବାଇଲ ସ୍କ୍ରିନ୍‌ରେ ବନ୍ଦି ହେଉଥିବା ଶୈଶବ, ରିଲ୍ସ ଓ ଲାଇକ୍‌ରେ ମାପାଯାଉଥିବା ଆତ୍ମମୂଲ୍ୟବୋଧ ଏବଂ ଆଲଗୋରିଦମ୍‌ ଦ୍ୱାରା ନିୟନ୍ତ୍ରିତ ମନ- ଏହା ଆଜିର ଭାରତୀୟ କିଶୋର–ଯୁବ ପିଢ଼ିର ନୂଆ ପରିଚୟ । ଯୁବକ ଏବଂ ୧୬ ବର୍ଷରୁ କମ୍ ବୟସର ପିଲାମାନେ ସୋସିଆଲ ମିଡିଆ ପ୍ରତି ଯେପରି ଭାବରେ ଆସକ୍ତ ହେଉଛନ୍ତି, ତାହା ଆଜି କେବଳ ଅଭିଭାବକଙ୍କ ଚିନ୍ତା ନୁହେଁ—ଏହା ଏକ ଜାତୀୟ ସ୍ୱାସ୍ଥ୍ୟ, ସାମାଜିକ ଓ ନୀତିଗତ ସମସ୍ୟା। ବିଶ୍ୱ ଯେଉଁଠି ପହଞ୍ଚିଛି, ଭାରତ ସେଠି କଣ କରିବ? ସୋସିଆଲ ମିଡିଆ ଉପରେ ବୟସ ଆଧାରିତ କଟକଣାକୁ ନେଇ ବିଶ୍ୱସ୍ତରରେ ତୀବ୍ର ବିତର୍କ ଚାଲିଛି । ଗତ ମାସରେ ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ଭାବେ…

Read More