Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ କେବେ କେବେ କିଛି ନିଷ୍ପତ୍ତି ଏଭଳି ଆସେ, ଯାହା ସରକାରଙ୍କ ଆଇନଗତ ଶକ୍ତିଠାରୁ ଅଧିକ ଭାବେ ତାଙ୍କର ନୈତିକ ସ୍ଥିତିକୁ ପ୍ରଶ୍ନର ସମ୍ମୁଖୀନ କରିଦିଏ । ବିଧାୟକଙ୍କ ଦରମା ଓ ଭତ୍ତା ୩ ଗୁଣା ବୃଦ୍ଧି ସଂପର୍କିତ ବିଲ୍ ସେଇ ଧରଣର ଗୋଟିଏ ନିଷ୍ପତ୍ତି । ଶୀତ ଅଧିବେଶନରେ ଡିସେମ୍ବର ୯ ତାରିଖରେ ପାରିତ ହୋଇଥିବା ଏହି ବିଲ୍ ଆଇନ ହେବା ପୂର୍ବରୁ ହିଁ ଜନମନରେ ଏପରି ଅସନ୍ତୋଷ ସୃଷ୍ଟି କଲା ଯେ, ସରକାର ଏହାକୁ ରାଜ୍ୟପାଳଙ୍କ ପାଖକୁ ପଠାଇବାରୁ ବିରତ ରହିଲେ । ଏହି ପରିପ୍ରେକ୍ଷିତରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ଉପରେ ପୁନଃବିଚାର ସମ୍ଭାବନା ନେଇ ଯେଉଁ ବକ୍ତବ୍ୟ ଆସିଛି, ତାହା ସରକାର ପାଇଁ ଏକ ରାଜନୈତିକ ସଙ୍କେତ ମାତ୍ର ନୁହେଁ—ଏହା ଏକ ଲୋକତାନ୍ତ୍ରିକ ଚେତାବନୀ। କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇଙ୍କ ବକ୍ତବ୍ୟ—“ବିଲ୍‌ ଉପରେ ପୁନଃବିଚାର ହୋଇପାରେ”—ଓଡ଼ିଶା ରାଜନୀତିରେ ଏକ ଦୁର୍ଲଭ ସ୍ୱୀକାରୋକ୍ତି। …

Read More