Author: TRUPTIMAYEE SAHOO

ବଲିଉଡର ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୁମ୍ବାଇର ଜୁହୁ ସ୍ଥିତ ରୋହିତ ସେଟ୍ଟୀଙ୍କ ବାସଭବନ ଉପରେ ହୋଇଥିବା ଗୁଳିମାଡ଼ ଘଟଣା ସମ୍ପର୍କିତ ଏଫଆଇଆରରୁ ବଡ଼ ଖୁଲାସା ହୋଇଛି । ଏଫଆଇଆର ଅନୁସାରେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନସ ବିଷ୍ଣୋଇ ଗ୍ୟାଙ୍ଗ ରୋହିତ ସେଟ୍ଟୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ଫେବୃଆରୀ ୧ ତାରିଖରେ ରୋହିତ ସେଟ୍ଟୀ ଘରେ ଉପସ୍ଥିତ ଥିବା ସମୟରେ ଜୁହୁସ୍ଥିତ ତାଙ୍କ ବଙ୍ଗଳା ଉପରେ ଗୁଳିମାଡ଼ ହୋଇଥିଲା । ଏହି ଆକ୍ରମଣ ହତ୍ୟା ଉଦ୍ଦେଶ୍ୟରେ ହୋଇଥିଲା ବୋଲି ଏବେ ଏଫଆଇଆରରୁ ସ୍ପଷ୍ଟ ହୋଇଛି । ଘଟଣା ପରେ ସମଗ୍ର ବଲିଉଡ୍ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି । ଏହି ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ରୋହିତ ସେଟ୍ଟୀଙ୍କ…

Read More