Author: TRUPTIMAYEE SAHOO

ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ, ସକ୍ରିୟ ଓ ଲୋକମୁଖୀ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ (ବିଜେଡି) ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ସାଙ୍ଗଠନିକ ପଦକ୍ଷେପ ନେଇଛନ୍ତି। ରାଜ୍ୟର କେତେକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଜିଲ୍ଲାରେ ନୂଆ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରାଯାଇ ଦଳରେ ନୂଆ ପ୍ରାଣ ଫୁଙ୍କିବାକୁ ପ୍ରୟାସ କରାଯାଇଛି। ଶଙ୍ଖ ଭବନରୁ ଜାରି ହୋଇଥିବା ଏକ ସରକାରୀ ଚିଠି ଅନୁଯାୟୀ, ପୂର୍ବରୁ ଥିବା ସମସ୍ତ ସାଙ୍ଗଠନିକ ନିଯୁକ୍ତିକୁ ରଦ୍ଦ କରାଯାଇଛି ଏବଂ ତୁରନ୍ତ ପ୍ରଭାବରୁ ନୂଆ ନେତୃତ୍ୱଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏହି ନିଷ୍ପତ୍ତି ଦଳର ତୃଣମୂଳ ସ୍ତରକୁ ମଜବୁତ କରିବା, କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଓ ଏକତା ସୃଷ୍ଟି କରିବା ସହ ଆଗାମୀ ରାଜନୈତିକ ଚ୍ୟାଲେଞ୍ଜ ପାଇଁ ବିଜେଡିକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିଆଯାଇଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଦଳର ଗଡ଼ ଭାବେ ପରିଚିତ…

Read More