Author: TRUPTIMAYEE SAHOO

ଆସନ୍ତା ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଟିମ୍ ପ୍ରସ୍ତୁତିରେ ଲାଗି ପଡ଼ିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ହୋଇଥିବା ଘରୋଇ ଟି୨୦ ସିରିଜରେ ଟିମ୍ ଇଣ୍ଡିଆ ତାଙ୍କର ପ୍ରସ୍ତୁତିର ଟ୍ରେଲର ଦେଖାଇଛି, ଯେଉଁଠାରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ମେମ୍ବର ଟିମ୍ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ଦାୟିତ୍ୱ ନେଇଛନ୍ତି। ଏହା ମାତ୍ର ନେତୃତ୍ୱର ପ୍ରତୀକ ନୁହେଁ, ବରଂ ସମସ୍ତ ଖେଳାଳିଙ୍କୁ ଏକଜୁଟ କରି ସ୍ଥିରତା ଏବଂ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରୁଛନ୍ତି । ଟିମ୍ ମେମ୍ବର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ଆଭାର ପ୍ରକାଶ କରିଛନ୍ତି। ଟିମ୍ ମଧ୍ୟରେ ସୂର୍ଯ୍ୟକୁମାରଙ୍କ ପ୍ରତି ଆଦର ଏବଂ କୃତଜ୍ଞତାର ପ୍ରତିକ ସ୍ୱରୂପ, ସେ ଖେଳାଳିଙ୍କୁ ଏକ ପରଫ୍ୟୁମ ଉପହାର ଦେଇଛନ୍ତି। ଏହି ପରଫ୍ୟୁମ ବ୍ରାଣ୍ଡ ମାଧ୍ୟମରେ…

Read More