Author: TRUPTIMAYEE SAHOO

ଜମ୍ମୁ-କଶ୍ମୀରର ଉଦ୍ଧମପୁରର ବସନ୍ତଗଡ ଅଞ୍ଚଳରେ ଆତଙ୍କବାଦୀଙ୍କର ଲୁଚିଥିବା ସୂଚନା ମିଳିବା ପରେ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ସେଣ୍ଟ୍ରାଲ ଆର୍ମ୍ଡ ପୋଲିସ ଫୋର୍ସ ଏକ ଜଏଣ୍ଟ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସର୍ଚ୍ଚ ଅପରେସନ ଅଞ୍ଚଳର ଜଙ୍ଗଲ ଏବଂ ପରିସରରେ ଆତଙ୍କୀମାନଙ୍କୁ ଧରିବା ପାଇଁ ବୃହତ ଭାବରେ କରାଯାଇଥିଲା। ସୂଚନା ଅନୁଯାୟୀ, ଲୁଚିଥିବା ଆତଙ୍କୀମାନେ ପ୍ରଥମେ ସେନା ଉପରେ ଗୁଳି ଚାଳନା କରିଥିଲେ। ତେବେ ସେନା ଓ ପୋଲିସ ମିଳିତ ଗୁଳିଚାଳନାରେ ୨ ଆତଙ୍କବାଦୀ ନିହତ ହୋଇଥିବାର ଖବର ମିଳିଛି। ନିହତ ହୋଇଥିବା ଆତଙ୍କୀମାନେ ଜୈସ-ଏ-ମହମ୍ମଦ ସଂଗଠନର ସଦସ୍ୟ ଥିବାର ଅନୁମାନ ହେଉଛି । ସେମାନଙ୍କ ନିକଟରୁ ଏକେ-୪୭ ଏବଂ ଏମ୪ ଶସ୍ତ୍ର ଜବତ କରାଯାଇଛି । ସର୍ଚ୍ଚ ଅପରେସନ ଏବେବି ଚାଲିଥିବାରୁ ଅଧିକ ଆତଙ୍କୀ ଧରା ପଡ଼ିପାରିବା ଆଶା ରହିଛି।  ଏହି ଘଟଣାର ପୂର୍ବରୁ, ୩୧ ଜାନୁଆରୀ ୨୦୨୬ ରେ ଭାରତୀୟ ସେନାର ହ୍ୱାଇଟ ନାଇଟ କୌର, ଜମ୍ମୁ-କଶ୍ମୀର…

Read More