Author: TRUPTIMAYEE SAHOO

ପଞ୍ଜାବର ଜଳନ୍ଧର ସହରରେ ଶୁକ୍ରବାର ଦିନ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଆମ୍ ଆଦମୀ ପାର୍ଟିର ଯୁବ ନେତା ଲକି ଓବରୟଙ୍କୁ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ଜଳନ୍ଧରର ମଡେଲ ଟାଉନ ଅଞ୍ଚଳରେ ଥିବା ଗୁରୁଦ୍ୱାର ସାହିବ ନିକଟରେ ଘଟିଥିବା ସୂଚନା ମିଳିଛି ।  ଦିନ ଦହାଡ଼େ ଘଟିଥିବା ଏହି ଗୁଳିମାଡ଼ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଖବର ଅନୁସାରେ, ଲକି ଓବରୟ ଗୁରୁଦ୍ୱାର ସାହିବ ସମ୍ମୁଖରେ ନିଜ କାରକୁ ପାର୍କ କରୁଥିଲେ । ଏହି ସମୟରେ ଏକ ବାଇକରେ ଆସିଥିବା ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । କିଛି ବୁଝିବା ପୂର୍ବରୁ  ଗୁଳି ତାଙ୍କ ଶରୀରକୁ ବାଜିଥିଲା । ପ୍ରାୟ ୫ଟି ଗୁଳି ତାଙ୍କ ଶରୀରରେ ବାଜିଥିବା ସୂଚନା ମିଳିଛି। ଗୁଳିମାଡ଼ ପରେ ଲକି ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ…

Read More