Author: TRUPTIMAYEE SAHOO

କଟକ ଜିଲ୍ଲା କୋର୍ଟ ପରିସରରେ ପୁଣି ଏକ ବୋମା ଥିବା ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ଜର୍ଜ କୋର୍ଟକୁ ଆସିଥିବା ଏକ ସନ୍ଦେହଜନକ ଇ-ମେଲ୍ ପରେ ସମଗ୍ର କୋର୍ଟ ପରିସରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ମେଲ୍‌ରେ କୋର୍ଟ ପରିସର ମଧ୍ୟରେ ବୋମା ଥିବା ନେଇ ସୂଚନା ଦିଆଯାଇଥିବାରୁ ପ୍ରଶାସନ ତୁରନ୍ତ ସତର୍କ ହୋଇଯାଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ସହିତ ସହିତ କଟକ ଜିଲ୍ଲା କୋର୍ଟ ପରିସରରେ କଡା ପୋଲିସ ବ୍ୟବସ୍ଥା ଜାରି କରାଯାଇଛି । କୋର୍ଟ ଭିତରକୁ ପ୍ରବେଶ କରିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ହୋଇଥିବାବେଳେ ସାଧାରଣ ଲୋକ ଓ ଆଇନଜୀବୀଙ୍କ ପ୍ରବେଶ ଉପରେ ନଜର ରଖାଯାଇଛି । କୋର୍ଟ ପରିସରକୁ ସାମୟିକ ଭାବେ ସୁରକ୍ଷିତ ରଖିବା ପାଇଁ କିଛି ସମୟ ପାଇଁ କାର୍ଯ୍ୟବାହୀ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବମ୍ ସ୍କ୍ୱାଡ୍ କୁ ଡାକାଯାଇ କୋର୍ଟ ପରିସରର ତଲାଶୀ…

Read More