Author: TRUPTIMAYEE SAHOO

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁନଃସ୍ଥାପିତ ହେବାର ଗୋଟିଏ ଦିନ ପରେ ହିଂସା ଦେଖା ଦେଇଛି । କୁକି ସମ୍ପ୍ରଦାୟର ବିଧାୟକ ନେମଚା କିପଗେନଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ସାମିଲ କରାଯିବାକୁ ନେଇ କୁକି ସଂଗଠନଗୁଡ଼ିକ ଭୟଙ୍କର ପ୍ରତିବାଦ ଆରମ୍ଭ କରିଛନ୍ତି । ଏହାର ପ୍ରଭାବରେ ଚୁରାଚାନ୍ଦପୁର ଜିଲ୍ଲାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ପାଞ୍ଚଜଣ କୁକି ସମ୍ପ୍ରଦାୟର ବିଧାୟକ ବିଜେପିରେ ଯୋଗଦାନ କରିବା ନିଷ୍ପତ୍ତିକୁ ନେଇ କୁକି ସଂଗଠନମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷକରି ନେମଚା କିପଗେନଙ୍କୁ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ ପ୍ରତିବାଦ ତୀବ୍ର ହୋଇଥିଲା। ଏହା ପରେ ଚୁରାଚାନ୍ଦପୁର ଜିଲ୍ଲାରେ ହିଂସା । ଅଧିକାରୀମାନଙ୍କ କହିବା ଅନୁସାରେ, ପ୍ରତିବାଦକାରୀମାନେ ତୁଇବଙ୍ଗ ବଜାର ନିକଟରେ ଏକତ୍ରିତ ହୋଇ ଟାୟାର ଜାଳି ପ୍ରତିବାଦ କରିଥିଲେ । ରାସ୍ତା ଅବରୋଧ କରାଯାଇଥିବା ସହ ନେମଚା…

Read More