Author: TRUPTIMAYEE SAHOO

ମହାରାଷ୍ଟ୍ରର ଗଢ଼ଚିରୋଲୀ ଜିଲ୍ଲାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏକ ବଡ଼ ଏନକାଉଣ୍ଟର ଘଟିଛି । ଏହି ଭୟଙ୍କର ଗୁଳିଚାଳନାରେ ୩ ଜଣ ମାଓବାଦୀ ନିହତ ହୋଇଥିବାବେଳେ ମହାରାଷ୍ଟ୍ର ପୋଲିସର ବିଶେଷ C-୬୦ କମାଣ୍ଡୋ ଫୋର୍ସର ଜଣେ ସଦସ୍ୟ ସହିଦ ହୋଇଛନ୍ତି । ଏହା ସହ ଗୁଳିଚାଳନାରେ ଜଣେ କମାଣ୍ଡୋ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଏହି ଏନକାଉଣ୍ଟର ମହାରାଷ୍ଟ୍ରର ଗଢ଼ଚିରୋଲୀ ଓ ସୀମାବର୍ତ୍ତୀ ଛତିଶଗଡ଼ ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ମାଓବାଦୀ ପ୍ରଭାବିତ ଏହି ଅଞ୍ଚଳରେ ଦୀର୍ଘଦିନ ଧରି ନକ୍ସଲ କାର୍ଯ୍ୟକଳାପ ସକ୍ରିୟ ରହିଥିବାବେଳେ ପୋଲିସ ପକ୍ଷରୁ ଲଗାତାର ଆଣ୍ଟି-ନକ୍ସଲ ଅପରେସନ୍ ଚାଲିଛି । ସୂଚନାନୁଯାୟୀ, ମାଓବାଦୀ କମ୍ପାନୀ ନମ୍ବର ୧୦ର କିଛି ଅବଶିଷ୍ଟ ସଦସ୍ୟ ଓ ଛତିଶଗଡ଼ର ଏକ ଅଜ୍ଞାତ ମାଓ ସ୍କ୍ୱାଡ଼ ଏହି ଅଞ୍ଚଳରେ ଲୁଚିଥିବା ସୂଚନା ପୋଲିସ ପାଇଥିଲା। ଏହି ଗୁପ୍ତ ସୂଚନା ଆଧାରରେ ଭାମରାଗଡ଼ ସବ-ଡିଭିଜନାଲ୍ ପୋଲିସ…

Read More