Author: TRUPTIMAYEE SAHOO

ରାଜ୍ୟ ପ୍ରଶାସନରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ କରାଯାଇଛି । ଟିମ୍ ଅନୁ ଗର୍ଗ ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନର ପଛରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ପ୍ରମୁଖ ଲକ୍ଷ୍ୟ ରହିଛି । ସ୍ଥିରତା, ନିରନ୍ତରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ଏହି ଅଦଳବଦଳରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଖଣି କ୍ଷେତ୍ର, ଜମିଜମା ପ୍ରସଙ୍ଗ, ଯୋଜନାବଦ୍ଧ ସହରାଞ୍ଚଳ ବିକାଶ ଓ ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହା ମାଧ୍ୟମରେ ଆର୍ଥିକ ଗତିଶୀଳତା ଓ ପ୍ରଶାସନିକ କ୍ଷମତାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିବା ଡି.କେ. ସିଂକୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହି ବିଭାଗ ତାଙ୍କ ପାଇଁ ନୂଆ ନୁହେଁ।…

Read More