Author: TRUPTIMAYEE SAHOO

ସାରା ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ସର୍ବବୃହତ କାରଣ ଭାବେ କର୍କଟ ରୋଗ ଆଜି ଚିହ୍ନଟ ହୋଇଛି । ଦିନକୁ ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଅସୁସ୍ଥ ଖାଦ୍ୟାଭାସ, ଓ ଅସଚେତନତା,  କର୍କଟ ଭଳି ଭୟାବହ ରୋଗକୁ ଆମ ନିକଟକୁ ଆଣିଦେଇଛି । ଶରୀରରେ ଅସ୍ଵାଭାବିକ କୋଷ ବୃଦ୍ଧି ହେଲେ କର୍କଟ ରୋଗ ହୁଏ। ଏହି ଖରାପ କୋଷଗୁଡ଼ିକ ସାଧାରଣ କୋଷକୁ ନଷ୍ଟ କରି ଟ୍ୟୁମର ଆକାରରେ ଧୀରେଧୀରେ ସମଗ୍ର ଶରୀରରେ ବ୍ୟାପିଯାଏ। ବିଶେଷଜ୍ଞଙ୍କ ମତାନୁସାରେ କର୍କଟ ଏକ ରୋଗ ନୁହେଁ ବରଂ ଏହା ବିଭିନ୍ନ ପ୍ରକାରର ରୋଗର ସମୁହ । ମୁଖ୍ୟତଃ ତମ୍ବାଖୁ ସେବନ, ମଦ୍ୟପାନ, ଅସ୍ୱସ୍ଥ ଖାଦ୍ୟାଭାସ, ଓ ପରିବେଶିକ କାରଣ ଏହି ରୋଗର ପ୍ରଧାନ ଦାୟୀ । କର୍କଟ ରୋଗର ସବୁଠାରୁ ବଡ଼ କାରଣ ହେଉଛି ତମ୍ବାଖୁ । ଧୂମପାନ ହୋଉ କି ଗୁଟଖା, ଖଇନି, ପାନମସଲା—ସବୁ ପ୍ରକାର ତମ୍ବାଖୁ ଶରୀର ପାଇଁ ଅତ୍ୟନ୍ତ ହାନିକାରକ । ଏହା ମୁଖ,…

Read More