Author: TRUPTIMAYEE SAHOO

ରାଜନୀତିରେ ଆନ୍ଦୋଳନ ନୂଆ କଥା ନୁହେଁ। ଦାବି ପୂରଣ ପାଇଁ ନେତାମାନେ ଧରଣା ଦେଇଛନ୍ତି, କର୍ମଚାରୀମାନେ ସତ୍ୟାଗ୍ରହ କରିଛନ୍ତି, ଛାତ୍ର ସଂଗଠନ ରାସ୍ତାକୁ ନାମିଛି। କିନ୍ତୁ ଯେତେବେଳେ ଅବୋଧ ଶିଶୁମାନେ ବାରଣ୍ଡାରେ ୟୁନିଫର୍ମ ଫିଙ୍ଗି ଦେଇ ମଧ୍ୟାହ୍ନ ଭୋଜନ ଖାଇବାକୁ ଅସ୍ୱୀକାର କରନ୍ତି, ସେଥିରେ ଅନ୍ତର୍ନିହିତ ଯନ୍ତ୍ରଣା ଓ ଅସନ୍ତୋଷର ଗଭୀରତାକୁ ଅନୁଭବ କରିବାକୁ ହୁଏ। ଏହା ରାଜନୈତିକ ଆନ୍ଦୋଳନ ନୁହେଁ— ଏହା ହେଉଛି ଶିକ୍ଷା ପାଇଁ ଏକ ଅନୁରୋଧ, ଏକ ନିର୍ବାକ ଚିତ୍କାର। କିନ୍ତୁ ଆମ ରାଜ୍ୟର ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସିନା ହୋଇଛନ୍ତି କିନ୍ତୁ ସେ ପିଲାଙ୍କ ସମସ୍ୟା ବୁଝିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ତାଙ୍କୁ ପିଲାଙ୍କ ସମସ୍ୟା ଦେଖାଯାଉନାହିଁ କିମ୍ବା ତାଙ୍କ ଗୁହାରି ଶୁଣା ଯାଉନାହିଁ। ତେଣୁ ପ୍ରଶ୍ନ ଉଠିଲାଣି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବେ କେଉଁଠି ଅଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର…

Read More