Author: TRUPTIMAYEE SAHOO

ଖୁବଶୀଘ୍ର ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି। ତାପମାତ୍ରା ବୃଦ୍ଧି ସହ ନିତ୍ୟଜୀବନରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମୁଣ୍ଡ ଉଠାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ, ଖରାଦିନେ ଆଲର୍ଜି, ଡିହାଇଡ୍ରେସନ୍, ହାର୍ଟ ଷ୍ଟ୍ରୋକ, ଭାଇରାଲ୍ ଜ୍ୱର, ଡାଇରିଆ, କିଡନୀ ଷ୍ଟୋନ, ଆଖି ସଂକ୍ରମଣ ଓ ପେଟ ଜନିତ ରୋଗର ଆଶଙ୍କା ବଢିଯାଏ । ତେଣୁ ତାପମାତ୍ରା ବଢିବା ପୂର୍ବରୁ ସତର୍କ ହେବା ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ମରେ ଶରୀରରୁ ଅଧିକ ପରିମାଣରେ ଘାମ ବାହାରିବାରୁ ଜଳ ଅଭାବ ହୋଇ ଡିହାଇଡ୍ରେସନ୍ ସମସ୍ୟା ଦେଖାଦେଇଥାଏ । ଶରୀରରେ ଜଳ ଅଭାବ ହେଲେ ରକ୍ତଚାପରେ ପ୍ରଭାବ ପଡ଼ି ହାର୍ଟ ସ୍ୱାସ୍ଥ୍ୟ ଅସୁବିଧାରେ ପଡ଼ିପାରେ । ଏହା ସହିତ କିଡନୀ ଷ୍ଟୋନ ହେବାର ଆଶଙ୍କା ମଧ୍ୟ ବଢିଯାଏ। ପରିସ୍ରାରେ ଜ୍ୱାଳା, ପେଟ ଯନ୍ତ୍ରଣା, ପିଠିବେଦନା, ବାନ୍ତି ଓ ଗୁରୁତର ଅବସ୍ଥାରେ ପରିସ୍ରାରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଯାଇପାରେ । ହାର୍ଟ ଷ୍ଟ୍ରୋକ…

Read More